Episode-1 - Introduction
ନମସ୍କାର , ଜୟ ଜଗନ୍ନାଥ ମୁଁ ସ୍ଵାଗତିକା,ଘର ଓଡ଼ିଶାର hill ଷ୍ଟେସନ କୋରାପୁଟ ଆଉ ଶାଶୂଘର ଶ୍ରୀକ୍ଷେତ୍ର ପୁରୀ |ଏବେ କିଛି ବର୍ଷ ହେଲା ପରିବାର ସହିତ ଆମେରିକା ରେ ରହୁଛି |ଲେଖା ଲେଖି ସଉକ ପିଲା ଦିନ ରୁ ହିଁ ଅଛି ମୋର, କବିତା ଆଉ ଗପ ବହୁତ ଲେଖୁଥିଲି କଲେଜ ସମୟରେ |ତାପରେ ବାହାଘର ଆଉ ପିଲା ଛୁଆଙ୍କ ଜଂଜାଳ |କେମିତି କେଜାଣି ସେ ସଉକ ତା ଟିକେ ଛାଡିଦେଇଥିଲି |ଏବେ ପୁଣି ସେ ଛୋଟ ଛୋଟ ଅନୁଭୂତି ଆଉ ମୋ ମନକଥା ସବୁ ଲେଖିବି ଭାବିଲି |ଘର ର ରୋଷେଇବାସ, ପିଲାଙ୍କ ଦେଖାଶୁଣା ପରେ ସେ ଅସରନ୍ତି ଗପ ପେଡି ଏଇଠି ଖୋଲିବି ଭାବିଚି |
ତା ସହିତ youtube ଚାନେଲ ଟେ ମଧ୍ୟ ଆରମ୍ଭ କରିଛି |ଏତେ ଦୂର ରେ ରହି ମଧ୍ୟ, ଏଇ ଚାନେଲ ମାଧ୍ୟମ ରେ ସବୁ ଓଡ଼ିଆ ଲୋକ ମାନଙ୍କ ସହିତ ଯୋଡି ହେବା ମୋର ଉଦେଶ୍ୟ |ଆମେରିକା ର ସଂସ୍କୃତି, ଜୀବନ ଶୈଳୀ, ବିଭିନ୍ନ ପର୍ବ ପର୍ବାଣି ବିଷୟରେ ଆପଣମାନେ ଏହି ଚାନେଲ ରେ ଦେଖିପାରିବେ | ଆମେରିକା ଗୋଟେ ବହୁତ ସୁନ୍ଦର ଦେଶ , ଆଉ ମତେ ବୁଲିବାକୁ ବହୁତ ଭଲ ଲାଗେ | ତେଣୁ ଆପଣମାନଙ୍କୁ ବହୁତ ସୁନ୍ଦର ନୂଆ ନୂଆ ଜାଗା ସବୁ ବୁଲେଇକି ଦେଖେଇବି |ତା ସହିତ ନିଜ ଜୀବନର କିଛି ଅନୁଭୂତି ମଧ୍ୟ କହିବି | ଆଶା କରୁଛି ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ |
ଆପଣଙ୍କ ଦିନ ମଙ୍ଗଳମୟ ହେଉ | ଜୟ ଜଗନ୍ନାଥ |
hi
ReplyDeleteDidi if you like so you can follow me my facebook account... S.N.Pankaj.
ReplyDelete🙏🙏🙏🙏🙏🙏🙏🙏🙏
https://youtu.be/FHsIYyTmquQ I am a strong fan of you. Your presentation is marvellous and impressive.I have also a channel that the link of one song I have given above.Must watch.
ReplyDeleteThanks & Regards
Subas
Hii diii plese video call and visit your home
ReplyDeleteSara ,siya ku bahut bhal paiba...
ReplyDeletehi Sister is less for us do i do mechanic job in india if you can help me some
ReplyDeleteସାରା ଓସିୟକୁ ପ୍ରଥମେ ଶୁଭେଚ୍ଛା ଓ ଆଶୀର୍ବାଦ, ସମସ୍ତେ ଭଲରେ ଥାଆନ୍ତୁ ଖୁସିରେ ଥାଆନ୍ତୁ, ଆପଣଙ୍କ ଉକ୍ତିରୁ ପଦେ ଉତ୍ଥାଅପନ କଲି। ଆପଣଙ୍କ vdo ଦେଖେ ବହୁତ ଖୁସି ହେବାସହ ସମସ୍ତଙ୍କୁ କୁହେ। ପ୍ରଥମେ ଆପଣଙ୍କ ଫୋଟକୁ ଆଙ୍କି ଛାଡିଥିଲି, ଆର୍ଟ କରିବାର ନିଶା ଓ ଶିକ୍ଷକତା ସମୟ ଭିତରେ ଯେତେବେଳେ ସମୟ ପାଏ ଖଟିକୁ ଯାଏ ମାନେ ଆପଣଙ୍କ ଖଟିକୁ। ଅନେକ କିଛି ଲେଖେ ଉତ୍ତର ନ ପାଇବାରୁ ଆଉ ଲେଖୁ ନି।କିନ୍ତୁ ଦେଖେ। ଭଗବାନ ସୁଦୂର ଆମେରିକାରେ କିଛି କରୁଣା ରଖିଥାନ୍ତୁ ଭଲରେ ଥାଆନ୍ତୁ କାମନା ଏତିକି ଯେ ସେଠି ଥାଇ ଅନୁଭୂତି ଗୁଡିକ ପଠାଇ ସମସ୍ତଙ୍କୁ ଖୁସିକରାଉଥାନ୍ତୁ। ଜୟ ଜଗନ୍ନାଥ
ReplyDeleteସହୃଦୟ ଧନ୍ୟବାଦ ବାଦ ଆମେରିକା ଖଟିକୁ
ReplyDelete