Posts

Showing posts from 2021

ରୁଟି ଉପାଖ୍ୟାନ

Image
 ଶୁଭ ଅପରାର୍ହ୍ନ l ଆଜି ଗୋଟେ ଛୋଟ ସମସ୍ୟା ବିଷୟରେ ଆପଣମାନଂକୁ ପଚାରିବି | ଟିକେ ସଂକୋଚ ଲାଗୁଚି, କାରଣ ଆପଣଙ୍କ ପରିବାର ରେ ସେ ସମସ୍ୟା ହେଉଥିବା କି ନାଇଁ | ତଥାପି ଆରମ୍ଭ କରିଲି ଯେତେବେଳେ ପଚାରି ଦେଉଛି, ଆପଣମାନଙ୍କ ଭିତରୁ କାହାର ରୁଟି ସମସ୍ୟା ହୁଏ କି ? ମାନେ କେତେଟା ରୁଟି କରିବାକୁ ଥିଲେ ବିଲକୁଲ ଚିନ୍ତା ନଥାଏ ଆଉ କେତେଟାରେ tension ଷ୍ଟାର୍ଟ ହୁଏ ? ମୋର ଏମିତିରେ ଚିନ୍ତା ନଥାଏ କିନ୍ତୁ ଶାଶୂଘର ମୋର ଯୌଥ ପରିବାର | ଛୁଟି ରେ ସମସ୍ତେ ଏକାଠି ଯାଇ ପହଁଚିଲେ ରୁଟି ସଂଖ୍ୟା ୫୦/୬୦ ରେ ପହଞ୍ଚେ | ସେଥିପାଇଁ ବହୁତ ଗୁଡ଼େ ରୋଟି maker  ବା ରୁଟି machine  ମୁଁ try   କରିଛି, କିଛି କାମ କରେନି ସେଠି | କୋଉଟା ଆଜି ଖରାପ ହେଇଗଲା ,କୋଉଟା ଗୋଟେ ସପ୍ତାହ ପରେ , କୋଟ ରେ ରୁଟି ଟାଣ ହେଇଗଲା କୋଉଥିରେ ଚେମେଟା ଯେ କେହି ଖାଇଲେନି |   ଆପଣ ମାନଂକର ସେ ସମସ୍ୟା ହୁଏ କି କେବେ, କେତେଟା ରୁଟି ରେ ହୁଏ କୁହନ୍ତୁ ମତେ | ଶାଶୁ ଘରେ ପ୍ରଥମଥର ଏଇ ରୁଟି ପାଇଁ ହଟହଟା ହେବାର ଅନୁଭୂତି ସହିତ ନୂଆ ଆସିଥିବା Rotimatic robot ର  review ଅଛି ଏହି ଭିଡ଼ିଓ ଟିରେ |  ସମୟ ଥିଲେ ଦେଖିବେ ଆଉ କହିବେ ବହୁତ ରୁଟି କରିବାକୁ କୋଉ trick ସବୁ try କରିଛନ୍ତି over  the years | ଉତ୍ତର ଆପେକ୍ଷାରେ ରହିଲି |      Please see youtube  lin...

Episode-1 - Introduction

Image
  ନମସ୍କାର , ଜୟ ଜଗନ୍ନାଥ ମୁଁ ସ୍ଵାଗତିକା,ଘର ଓଡ଼ିଶାର hill ଷ୍ଟେସନ କୋରାପୁଟ ଆଉ ଶାଶୂଘର ଶ୍ରୀକ୍ଷେତ୍ର ପୁରୀ |ଏବେ କିଛି ବର୍ଷ ହେଲା ପରିବାର ସହିତ ଆମେରିକା ରେ ରହୁଛି |ଲେଖା ଲେଖି ସଉକ ପିଲା ଦିନ ରୁ ହିଁ ଅଛି ମୋର, କବିତା ଆଉ ଗପ ବହୁତ ଲେଖୁଥିଲି କଲେଜ ସମୟରେ |ତାପରେ ବାହାଘର ଆଉ ପିଲା ଛୁଆଙ୍କ ଜଂଜାଳ |କେମିତି କେଜାଣି ସେ ସଉକ ତା ଟିକେ ଛାଡିଦେଇଥିଲି |ଏବେ ପୁଣି ସେ ଛୋଟ ଛୋଟ ଅନୁଭୂତି ଆଉ ମୋ ମନକଥା ସବୁ ଲେଖିବି ଭାବିଲି |ଘର ର ରୋଷେଇବାସ, ପିଲାଙ୍କ ଦେଖାଶୁଣା ପରେ ସେ ଅସରନ୍ତି ଗପ ପେଡି ଏଇଠି ଖୋଲିବି ଭାବିଚି | ତା ସହିତ youtube ଚାନେଲ ଟେ ମଧ୍ୟ ଆରମ୍ଭ କରିଛି |ଏତେ ଦୂର ରେ ରହି ମଧ୍ୟ, ଏଇ ଚାନେଲ ମାଧ୍ୟମ ରେ ସବୁ ଓଡ଼ିଆ ଲୋକ ମାନଙ୍କ ସହିତ ଯୋଡି ହେବା ମୋର ଉଦେଶ୍ୟ |ଆମେରିକା ର ସଂସ୍କୃତି, ଜୀବନ ଶୈଳୀ, ବିଭିନ୍ନ ପର୍ବ ପର୍ବାଣି ବିଷୟରେ ଆପଣମାନେ ଏହି ଚାନେଲ ରେ ଦେଖିପାରିବେ | ଆମେରିକା ଗୋଟେ ବହୁତ ସୁନ୍ଦର ଦେଶ , ଆଉ ମତେ ବୁଲିବାକୁ ବହୁତ ଭଲ ଲାଗେ | ତେଣୁ ଆପଣମାନଙ୍କୁ ବହୁତ ସୁନ୍ଦର ନୂଆ ନୂଆ ଜାଗା ସବୁ ବୁଲେଇକି ଦେଖେଇବି |ତା ସହିତ ନିଜ ଜୀବନର କିଛି ଅନୁଭୂତି ମଧ୍ୟ କହିବି | ଆଶା କରୁଛି ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ | ଆପଣଙ୍କ ଦିନ ମଙ୍ଗଳମୟ ହେଉ | ଜୟ ଜଗନ୍ନାଥ  | My Youtube introduction