ବାସନ ମଜା ଯନ୍ତ୍ର -Ep-12
थप्पड़ से डर नहीं लगता साब,
प्यार से लगता है ।
ଡାଇଲଗ ଟା ମୁଁ ଲେଖିଥିଲେ ଲେଖିଥାନ୍ତି :
खाना बनाने से डर नहीं लगता साब,
बर्तन घिसने से लगता है ।
ଡାଇଲଗ ଟା ମୁଁ ଲେଖିଥିଲେ ଲେଖିଥାନ୍ତି :
खाना बनाने से डर नहीं लगता साब,
बर्तन घिसने से लगता है ।
ମକର ସଂକ୍ରାନ୍ତି ର ବହୁତ ବହୁତ ଅଭିନନ୍ଦନ |
କେତେ କଣ ସବୁ ରୋଷେଇ କଲେ ଏଥର ? ସୁନ୍ଦର ସୁନ୍ଦର ପୋଷ୍ଟ ସବୁ Social Media page ରେ ଦେଖିଲି | ମୁଁ ବି କରିଥିଲି ଅରୁଆ ଭାତ, ମିଠା ଡାଲି, ବେସର, ଭଜା, ଦହି ରାଇତା, ଖିରି, ପାମ୍ପଡ ଆଉ ସାଲାଡ|
ଯେତେ ପ୍ରକାର ରୋଷେଇ ସେତେ ଅଧିକ ହାଣ୍ଡି, କଡେଇ ଆଉ ତାଠୁ ଅଧିକ ଗିନା ,ଥାଳିଆ ପଡ଼ିଯାଏ ମାଜିବାକୁ | ରାନ୍ଧିବାକୁ ମତେ ଯେତେ ଭଲ ଲାଗେ ,ଏଇ ବାସନ ମଜା ଟା ସେତେ କଷ୍ଟ ଲାଗେ |ଆପଣ ଙ୍କର ବି ସେଇ ସମସ୍ୟା ହୁଏ କି? ଘରେ ଡୋମେସ୍ଟିକ ହେଲ୍ପ ବା କାମବାଲୀ ବାଇ ଅଛି ନା ନିଜେ ହିଁ manage କରିପାରୁଛନ୍ତି ? ଯେତେବେଳେ କାମବାଲୀ ବାଇ ଛୁଟି ନେଇଯାଏ କୁଆଡେ ବା ଦେହ ଖରାପ ହୁଏ ତାର, ସତ କହିଲେ ନିଜର ଦେହ ଖରାପ ହେଲାଭଳିଆ କି ତା ଠୁ ବି ଅଧିକା ମନ ଖରାପ ହେଇଯାଏ | କାଇଁକି ନା ସବୁ କାମ ଅନିଦ୍ଧିଷ୍ଟ କଲା ପର୍ଯ୍ୟନ୍ତ ନିଜକୁ କରିବାକୁ ହେବ, ଆଉ ଦୈନନ୍ଦିନ ଜୀବନ ଯାତ୍ରା ପୁରା ବ୍ୟାହତ ହେଇଯିବ କିଛି ଦିନ | ସ୍କୁଲ ,କଲେଜ ଆଉ ଅଫିସ ସବୁ ଲେଟ ତ ହବ, ତାଛଡା ସନ୍ଧ୍ୟାରେ ସେ ଆରାମରେ ବସିକି ଯୋଉ କପେ ଚା ପିଉଥିଲେ ସେଇଟା ବି ଯିବ |
ପ୍ରଥମେ ଆମେରିକା ଆସିଥିଲି ଯେତେବେଳେ, ସବୁଠୁ ଦୁଃଖ ଲାଗିଥିଲା ଏଠି କାମବାଲୀ ସୁଖ ନାହିଁ ବୋଲି |ସବୁ କାମ ନିଜେ ହିଁ କରିବାକୁ ପଡିବ ଭାବିକି ଖୁବ tension ରେ ଥିଲି କିଛି ଦିନ | କିନ୍ତୁ ଧୀରେ ଧୀରେ ସବୁ ଆଦତ ହେଇଗଲା |ଏଠି ଡୋମେସ୍ଟିକ ହେଲ୍ପ ସିନା ନାହିଁ କିନ୍ତୁ ସବୁ ପ୍ରକାର କାମ ପାଇଁ ମେସିନ ଅଛି | ବାସନ ମଜା ପାଇଁ dishwasher ଅଛି ଏଠି ପ୍ରତି ଘରେ |ଏଥିପାଇଁ ବାସନ ଧୁଆ କାମ ଟା ଭାରି ସହଜ ରେ ହେଇପାରୁଚି | ଏବେ ଟା ଇଣ୍ଡିଆ ରେ ବି ବହୁତ ଜାଗା ରେ dishwasher ଲଗାଉଛନ୍ତି | କିନ୍ତୁ ଆପଣ ହିଁ ନିଜେ decide କରିବେ ଏଇଟା ଆପଣଙ୍କ ପାଇଁ useful କି ନୁହେଁ|

ମୋର କିଛି ଅନୁଭୂତି ସହିତ ବାସନମଜା ଯନ୍ତ୍ର /dishwasher ବିଷୟରେ କିଛି ଭଲ ଆଉ କିଛି ମନ୍ଦ କଥା ଦେଖନ୍ତୁ ଏଇ ଭିଡ଼ିଓ ଟିରେ |ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ |
ରହିଲି ପୁଣି ଆଉ ଥରକୁ |

Comments
Post a Comment