Episode-10 - ନୂଆବର୍ଷ ୨୦୨୧ ର ଅନେକ ଶୁଭେଚ୍ଛା
ସୁପ୍ରଭାତ | ସମସ୍ତଙ୍କୁ ନୂଆବର୍ଷ ୨୦୨୧ ର ଅନେକ ଅନେକ ଶୁଭେଚ୍ଛା |
ମୋ ମା କହିଥିଲେ ଯେମିତି ନୂଆ ବର୍ଷ ର ଆରମ୍ଭ ଟି କାଟିବା ବର୍ଷ ଯାକ ସେମିତି ହିଁ କଟିବ | ମାଙ୍କର ଆଉ କୋଉ କଥା ମାନେ କି ନମାନେ ଏଇ କଥାଟିକୁ ଗଣ୍ଠି ବାନ୍ଧିଦେଇଥିଲି | ଅବଶ୍ୟ ନୂଆ ବର୍ଷ ରେ ଯେତେ ଭୋଜି କରି ମଟନ ଖାଇଲେ ବି, କଲେଜ ହଷ୍ଟେଲ ରେ ବର୍ଷ ଯାକ ପାଣିଆ ଡାଲି ଆଉ ଚାକିରୀ କଲାବେଳେ ହାଇଦ୍ରାବାଦ ଅଫିସ canteen ରେ ପାଣିଆ ରାଗ ସମ୍ବର ମିଳୁଥିଲା | ସେଥିରେ ବି ମୋ ବିଶ୍ୱାସ କମି ନଥିଲା କି ନୂଆ ବର୍ଷ ର ସ୍ୱାଗତ ପାଇଁ ଖିଆପିଆ, party ବଂଦ ହେଇନଥିଲା |ତେଣୁ ଗୋଟିଏ ୨୦୨୦ ବର୍ଷ ବା କେମିତି ଭାଙ୍ଗିଦେବା ସେ ବିଶ୍ୱାସ କୁ |୨୦୨୦ ଆରମ୍ଭ ରେ ବି ଆମେ ସେମିତି ଖୁସିମଜା କରିଥିଲେ, କେଜାଣି କେମିତି ସେ corona ଆସିଗଲା | କିନ୍ତୁ ୩୦ ବର୍ଷ ରୁ ଯାହା ମାନି ଆସିଛୁ, ଏଇ ଛାର Corona କଣ ତାକୁ ବଦଳେଇ ଦେବ ନ କଣ ? ତେଣୁ ସେ curfew , ସୋସିଆଲ distancing ସତ୍ୱେ ପରିବାର ସହିତ ହେଉ ବା ଗୋଟେ ଯୋଡ଼େ ସାଙ୍ଗ ସାଥି ସହିତ ହେଉ ଅଳ୍ପେ ବହୁତେ ସମସ୍ତେ ୨୦୧୧ କୁ ସ୍ୱାଗତ କରିଛେ ଆମେ ସମସ୍ତେ |ପ୍ରଥମେ ଯେତେବେଳେ ଆମେରିକା ଆସିଥିଲୁ କାହାକୁ ଏଠି ଜାଣିନଥିଲୁ |ସେଥିପାଇଁ ପ୍ରଥମ ଥର ଗୋଟେ ନୂଆବର୍ଷ party କୁ ଯାଇଥିଲୁ କିଛି ନୂଆ ସାଙ୍ଗ ବନେଇବାକୁ| ଏଠି party ରେ ଖାଇବା ଛଡା ଆଉ ଗୋଟେ ଜିନିଷ ମୋର ମନ କିଣି ନେଇଥିଲା ,ରଙ୍ଗ ବେରଙ୍ଗି mocktail ଡ୍ରିଂକ୍ସ |ଘରେ ଏତେ ପ୍ରକାର ଜିନିଷ ତ ନଥାଏ, ତେଣୁ କେବେ try କରିନଥିଲି| ଆମେ ପ୍ରାୟ ବାହାରେ ଯାଇକି resturant ବା ହୋଟେଲ ରେ ନୂଆ ବର୍ଷ celebrate କରୁ, ସେଇଠି ମନ ବୁଝେଇ ପଳେଇଆସେ |ଏଥର ଯେହେତୁ ବାହାରକୁ ଯାଇନାହୁଁ , ଘରେ ସେମିତି ମନଲୋଭା ପାନୀୟ ବନେଇବାକୁ ଚେଷ୍ଟା କଲୁ| ଖୁବ ସୁନ୍ଦର ଆଉ ଆକର୍ଷଣୀୟ ଡ୍ରିଂକ୍ସ ସବୁ ବନେଇଥିଲୁ ଘରେ କରିଥିବା ନୂଆ ବର୍ଷ party ରେ ସାଙ୍ଗ ମାନଙ୍କ ପାଇଁ |ସମସ୍ତଙ୍କୁ ଭାରି ଭଲ ଲାଗିଲା ଆଉ ବହୁତ ତାରିଫ ବି କଲେ |ଆପଣ ଘରେ guest ଆସିଲେ ବା କୌଣସି ସ୍ପେସିଆଲ occasion ରେ try କରନ୍ତୁ ,ଅତି ସାଧାରଣ ଘରେ ମିଳୁଥିବା ଜିନିଷ ରେ ତିଆରି କିନ୍ତୁ ବହୁତ tasty ଆଉ ଦେଖିବାକୁ ଅତି ସୁନ୍ଦର ପାନୀୟ ସବୁ ଭିଡ଼ିଓ ଟିରେ ଦେଖେଇଛୁ | ନିଶ୍ଚୟକରିବେ, ଆଉ ପିଇକି କହିବେ କେମିତି ଲାଗିଲା |
https://youtu.be/GCp_bqfcr2I

Comments
Post a Comment