Episode-1 - Introduction

 ନମସ୍କାର , ଜୟ ଜଗନ୍ନାଥ ମୁଁ ସ୍ଵାଗତିକା,ଘର ଓଡ଼ିଶାର hill ଷ୍ଟେସନ କୋରାପୁଟ ଆଉ ଶାଶୂଘର ଶ୍ରୀକ୍ଷେତ୍ର ପୁରୀ |ଏବେ କିଛି ବର୍ଷ ହେଲା ପରିବାର ସହିତ ଆମେରିକା ରେ ରହୁଛି |ଲେଖା ଲେଖି ସଉକ ପିଲା ଦିନ ରୁ ହିଁ ଅଛି ମୋର, କବିତା ଆଉ ଗପ ବହୁତ ଲେଖୁଥିଲି କଲେଜ ସମୟରେ |ତାପରେ ବାହାଘର ଆଉ ପିଲା ଛୁଆଙ୍କ ଜଂଜାଳ |କେମିତି କେଜାଣି ସେ ସଉକ ତା ଟିକେ ଛାଡିଦେଇଥିଲି |ଏବେ ପୁଣି ସେ ଛୋଟ ଛୋଟ ଅନୁଭୂତି ଆଉ ମୋ ମନକଥା ସବୁ ଲେଖିବି ଭାବିଲି |ଘର ର ରୋଷେଇବାସ, ପିଲାଙ୍କ ଦେଖାଶୁଣା ପରେ ସେ ଅସରନ୍ତି ଗପ ପେଡି ଏଇଠି ଖୋଲିବି ଭାବିଚି |

ତା ସହିତ youtube ଚାନେଲ ଟେ ମଧ୍ୟ ଆରମ୍ଭ କରିଛି |ଏତେ ଦୂର ରେ ରହି ମଧ୍ୟ, ଏଇ ଚାନେଲ ମାଧ୍ୟମ ରେ ସବୁ ଓଡ଼ିଆ ଲୋକ ମାନଙ୍କ ସହିତ ଯୋଡି ହେବା ମୋର ଉଦେଶ୍ୟ |ଆମେରିକା ର ସଂସ୍କୃତି, ଜୀବନ ଶୈଳୀ, ବିଭିନ୍ନ ପର୍ବ ପର୍ବାଣି ବିଷୟରେ ଆପଣମାନେ ଏହି ଚାନେଲ ରେ ଦେଖିପାରିବେ | ଆମେରିକା ଗୋଟେ ବହୁତ ସୁନ୍ଦର ଦେଶ , ଆଉ ମତେ ବୁଲିବାକୁ ବହୁତ ଭଲ ଲାଗେ | ତେଣୁ ଆପଣମାନଙ୍କୁ ବହୁତ ସୁନ୍ଦର ନୂଆ ନୂଆ ଜାଗା ସବୁ ବୁଲେଇକି ଦେଖେଇବି |ତା ସହିତ ନିଜ ଜୀବନର କିଛି ଅନୁଭୂତି ମଧ୍ୟ କହିବି | ଆଶା କରୁଛି ଆପଣ ମାନଙ୍କୁ ନିଶ୍ଚୟ ଭଲ ଲାଗିବ |

ଆପଣଙ୍କ ଦିନ ମଙ୍ଗଳମୟ ହେଉ | ଜୟ ଜଗନ୍ନାଥ |






Comments

  1. Didi if you like so you can follow me my facebook account... S.N.Pankaj.
    🙏🙏🙏🙏🙏🙏🙏🙏🙏

    ReplyDelete
  2. https://youtu.be/FHsIYyTmquQ I am a strong fan of you. Your presentation is marvellous and impressive.I have also a channel that the link of one song I have given above.Must watch.
    Thanks & Regards
    Subas

    ReplyDelete
  3. Hii diii plese video call and visit your home

    ReplyDelete
  4. Sara ,siya ku bahut bhal paiba...

    ReplyDelete
  5. hi Sister is less for us do i do mechanic job in india if you can help me some

    ReplyDelete
  6. ସାରା ଓସିୟକୁ ପ୍ରଥମେ ଶୁଭେଚ୍ଛା ଓ ଆଶୀର୍ବାଦ, ସମସ୍ତେ ଭଲରେ ଥାଆନ୍ତୁ ଖୁସିରେ ଥାଆନ୍ତୁ, ଆପଣଙ୍କ ଉକ୍ତିରୁ ପଦେ ଉତ୍ଥାଅପନ କଲି। ଆପଣଙ୍କ vdo ଦେଖେ ବହୁତ ଖୁସି ହେବାସହ ସମସ୍ତଙ୍କୁ କୁହେ। ପ୍ରଥମେ ଆପଣଙ୍କ ଫୋଟକୁ ଆଙ୍କି ଛାଡିଥିଲି, ଆର୍ଟ କରିବାର ନିଶା ଓ ଶିକ୍ଷକତା ସମୟ ଭିତରେ ଯେତେବେଳେ ସମୟ ପାଏ ଖଟିକୁ ଯାଏ ମାନେ ଆପଣଙ୍କ ଖଟିକୁ। ଅନେକ କିଛି ଲେଖେ ଉତ୍ତର ନ ପାଇବାରୁ ଆଉ ଲେଖୁ ନି।କିନ୍ତୁ ଦେଖେ। ଭଗବାନ ସୁଦୂର ଆମେରିକାରେ କିଛି କରୁଣା ରଖିଥାନ୍ତୁ ଭଲରେ ଥାଆନ୍ତୁ କାମନା ଏତିକି ଯେ ସେଠି ଥାଇ ଅନୁଭୂତି ଗୁଡିକ ପଠାଇ ସମସ୍ତଙ୍କୁ ଖୁସିକରାଉଥାନ୍ତୁ। ଜୟ ଜଗନ୍ନାଥ

    ReplyDelete

Post a Comment

Popular posts from this blog

ରୁଟି ଉପାଖ୍ୟାନ