Episode-11 : ରୁଟି ଉପାଖ୍ୟାନ

 ଶୁଭ ଅପରାର୍ହ୍ନ l

ଆଜି ଗୋଟେ ଛୋଟ ସମସ୍ୟା ବିଷୟରେ ଆପଣମାନଂକୁ ପଚାରିବି | ଟିକେ ସଂକୋଚ ଲାଗୁଚି, କାରଣ ଆପଣଙ୍କ ପରିବାର ରେ ସେ ସମସ୍ୟା ହେଉଥିବା କି ନାଇଁ | ତଥାପି ଆରମ୍ଭ କରିଲି ଯେତେବେଳେ ପଚାରି ଦେଉଛି, ଆପଣମାନଙ୍କ ଭିତରୁ କାହାର ରୁଟି ସମସ୍ୟା ହୁଏ କି ? ମାନେ କେତେଟା ରୁଟି କରିବାକୁ ଥିଲେ ବିଲକୁଲ ଚିନ୍ତା ନଥାଏ ଆଉ କେତେଟାରେ tension ଷ୍ଟାର୍ଟ ହୁଏ ? ମୋର ଏମିତିରେ ଚିନ୍ତା ନଥାଏ କିନ୍ତୁ ଶାଶୂଘର ମୋର ଯୌଥ ପରିବାର | ଛୁଟି ରେ ସମସ୍ତେ ଏକାଠି ଯାଇ ପହଁଚିଲେ ରୁଟି ସଂଖ୍ୟା ୫୦/୬୦ ରେ ପହଞ୍ଚେ | ସେଥିପାଇଁ ବହୁତ ଗୁଡ଼େ ରୋଟି maker  ବା ରୁଟି machine  ମୁଁ try   କରିଛି, କିଛି କାମ କରେନି ସେଠି | କୋଉଟା ଆଜି ଖରାପ ହେଇଗଲା ,କୋଉଟା ଗୋଟେ ସପ୍ତାହ ପରେ , କୋଟ ରେ ରୁଟି ଟାଣ ହେଇଗଲା କୋଉଥିରେ ଚେମେଟା ଯେ କେହି ଖାଇଲେନି |   ଆପଣ ମାନଂକର ସେ ସମସ୍ୟା ହୁଏ କି କେବେ, କେତେଟା ରୁଟି ରେ ହୁଏ କୁହନ୍ତୁ ମତେ |


ଶାଶୁ ଘରେ ପ୍ରଥମଥର ଏଇ ରୁଟି ପାଇଁ ହଟହଟା ହେବାର ଅନୁଭୂତି ସହିତ ନୂଆ ଆସିଥିବା Rotimatic robot ର  review ଅଛି ଏହି ଭିଡ଼ିଓ ଟିରେ |  ସମୟ ଥିଲେ ଦେଖିବେ ଆଉ କହିବେ ବହୁତ ରୁଟି କରିବାକୁ କୋଉ trick ସବୁ try କରିଛନ୍ତି over  the years | ଉତ୍ତର ଆପେକ୍ଷାରେ ରହିଲି |     



Please see YT link here

Comments

Popular posts from this blog

Episode-1 - Introduction

ରୁଟି ଉପାଖ୍ୟାନ